23/06/2026
📢ଘରୁ ବାହାରିଲା ବେଳେ ସବୁବେଳେ ମନେରଖନ୍ତୁ— ଘରେ କେହି ଜଣେ ଆପଣଙ୍କ ଫେରିବା ବାଟକୁ ଚାହିଁ ବସିଛି।
ଆଜିକାଲି ରାସ୍ତାରେ ଗାଡ଼ି ଚଲାଇଲା ବେଳେ ଲୋକଙ୍କ ପାଖରେ ଧୈର୍ଯ୍ୟ ବହୁତ କମିଗଲାଣି। 🕙ମିନିଟେ ଆଗରୁ ପହଞ୍ଚିବା ଚକ୍କରରେ ଆମେ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଇଥାଉ🚑। ହେଲମେଟ୍ ପିନ୍ଧିବା ବା ସୀଟ୍ ବେଲ୍ଟ ବାନ୍ଧିବା ପୋଲିସ ଚାଲାଣରୁ ବଞ୍ଚିବା ପାଇଁ ନୁହେଁ, ବରଂ ନିଜ ପରିବାରର ସୁରକ୍ଷା ପାଇଁ ଜରୁରୀ।💏
ଟ୍ରାଫିକ ନିୟମ କେବଳ କାଗଜପତ୍ରରେ ନୁହେଁ, ନିଜ ଅଭ୍ୟାସରେ ଆଣିବା। ସଚେତନ ହେବା, ସୁରକ୍ଷିତ ରହିବା। 🚘🏍️